ଦିଗପହଣ୍ଡିରେ ବୃଦ୍ଧାଙ୍କ କାନ ଓ ବେକ କାଟି ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ | News Room Odisha

ଦିଗପହଣ୍ଡିରେ ବୃଦ୍ଧାଙ୍କ କାନ ଓ ବେକ କାଟି ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି କଲେଜ ଛକ ନିକଟରେ ଶନିବାର ମଧ୍ୟରାତ୍ରରେ ଏକ ହତ୍ୟାକାଣ୍ଡ ଘଟିଛି। ଦୁବୃର୍ତ୍ତମାନେ ଜଣେ ବୃଦ୍ଧାଙ୍କୁ ଶୋଇଥିବା ଅବସ୍ଥାରେ ନିର୍ମମ ହତ୍ୟା କରିଛନ୍ତି। ତାଙ୍କ କାନ ଓ ବେକ କାଟି ସୁନା ଅଳଙ୍କାର ଲୁଟି ନେଇଥିବା ସନ୍ଦେହ କରାଯାଉଛି।ସମ୍ପୃକ୍ତ ବୃଦ୍ଧାଙ୍କ ବେକ ଓ କାନରେ କଟାଚିହ୍ନ ରହିଛି। ମୃତକ ହେଲେ ସେହି ଗ୍ରାମର ବି.ରାମେୟାଙ୍କ ପତ୍ନୀ ବି.ଆଦି (୬୫)। ଶନିବାର ରାତି ଅଧରେ ଲୁଟେରାମାନେ ଘରର ପଛପଟ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ଶୋଇଥିବା ଅବସ୍ଥାରେ ଅଳଙ୍କାର ପିନ୍ଧିଥିବା ବି.ଆଦିଙ୍କୁ ଦେଖି କୈଶଳକ୍ରମେ ତାଙ୍କୁ ହତ୍ୟା କରି ଲୁଟପାଟ କରି ନେଇଥିଲେ। ଦିଗପହଣ୍ଡି ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସଦଳବଳେ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି।