ମହାନଦୀର ହାଟପଡା ଘାଟରୁ ମୃତ ଘଡିଆଳ କୁମ୍ଭୀର ଶବ ଉଦ୍ଧାର | News Room Odisha

ମହାନଦୀର ହାଟପଡା ଘାଟରୁ ମୃତ ଘଡିଆଳ କୁମ୍ଭୀର ଶବ ଉଦ୍ଧାର

ସମ୍ବଲପୁର: ଆଜି ପୂର୍ବାହ୍ନରେ ସମ୍ବଲପୁର ସହରର ମହାନଦୀ ହାଟପଡା ଘାଟରୁ ଏକ ମୃତ ବିରାଟ ଘଡିଆଳ କୁମ୍ଭୀର ଉଦ୍ଧାର ହୋଇଛି। ଏହାକୁ ହୀରାକୁଦ ବନ୍ଯପ୍ରାଣୀ ବିଭାଗକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

ଆଜି ସକାଳେ ମହାନଦୀର ରିଂରୋଡର ଅଯୋଧ୍ୟା ସରୋବର ଘାଟରୁ ଏକ ମୃତ ଘଡିଆଳ କୁମ୍ଭୀର ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ଗାଧୋଇବା ବେଳେ କୁମ୍ଭୀର ଟି ଭାସୁଥିବା ଦେଖିବାକୁ ପାଇଥିଲେ। ପ୍ରଥମେ ସମସ୍ତେ ଭୟଭିତ ହୋଇଯାଇଥିଲେ। ହେଲେ ଏହା ମରିଯାଇଥିବା ଜାଣିବା ପରେ ତାକୁ ଉଦ୍ଧାର କରାଯାଇଛି। ଏହାର ଲମ୍ବ ପ୍ରାୟ ସାଢେ ୬ ଫୁଟ ହେବ। ତେବେ ମୃତ୍ଯୁର କାରଣ ଜଣାପଡିନାହିଁ। ବନ ବିଭାଗକୁ ଏହା ହସ୍ତାନ୍ତର କରାଯାଇଥିବା ବେଳେ ଏହାର ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି