ଡାକ୍ତର ହେବ ତ ଏମିତି | News Room Odisha

ଡାକ୍ତର ହେବ ତ ଏମିତି

ନୂଆଦିଲ୍ଲୀ – ହସ୍ପିଟାଲ ଯାଉଥିଲେ ଡାକ୍ତର । ହେଲେ ଟ୍ରାଫିକରେ ଫସିଗଲା କାର୍ । କିନ୍ତୁ ସର୍ଜରୀ ପାଇଁ ଶୀଘ୍ର ପହଞ୍ଚିବାକୁ ପଡ଼ିବ । ଆଉ ଅପେକ୍ଷା ନ କରି କାର ଛାଡି ହସ୍ପିଟାଲ ଯିବା ପାଇଁ ରାସ୍ତାରେ ଦୈ।ଡିଲେ ଡାକ୍ତର । ୩ କିଲୋମିଟର ଦୈ।ଡି ଦୈ।ଡି ହସ୍ପିଟାଲରେ ପହଞ୍ଚିଲେ । ଆଉ ରୋଗୀଙ୍କ ଅସ୍ତ୍ରୋପଚାର କଲେ । ବେଙ୍ଗଳୁରୁରେ ଘଟିଛି ଏହି ଘଟଣା।

ଗତମାସ ଅଗଷ୍ଟ ୩୦ ତାରିଖରେ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲଜି ସର୍ଜନ ଗୋବିନ୍ଦ ନନ୍ଦକୁମାର ଏକ ଜରୁରୀକାଳୀନ ଲାପ୍ରୋସ୍କୋପି ସର୍ଜରୀ କରିବା ପାଇଁ ସରଜାପୁରରେ ଥିବା ମଣିପାଲ ହସ୍ପିଟାଲ ଯାଉଥିଲେ। ହେଲେ ରାସ୍ତାରେ ପ୍ରବଳ ଟ୍ରାଫିକ୍‌ ଜାମ୍‌ରେ ସେ ଫସି ଯାଇଥିଲେ। ବିଳମ୍ବ ହେଉଥିବା ଦେଖି ସେ ଟିକେ ଧୈର୍ଯ୍ୟହରା ହୋଇପଡ଼ିଥିଲେ। ସେ ଦିନ ୧୦ଟାରେ ସର୍ଜରୀ କରିବା ପାଇଁ ରୋଗୀଙ୍କୁ ସମୟ ଦେଇଥିଲେ । କିନ୍ତୁ ବିଳମ୍ବ ହେଉଥିବା ଦେଖି ଗୁଗଲ ମ୍ୟାପ୍‌ ଚେକ୍‌ କରିବା ପରେ କାର୍‌ ଛାଡି ଦୀର୍ଘ ୩ କିଲୋମିଟର ଦୌଡି ଥିଲେ ଡାକ୍ତର ଗୋବିନ୍ଦ। ସେ କାର୍‌ରୁ ଓହ୍ଲାଇ ସରଜାପୁର-ମରାଠାହଲ୍ଲି ଖଣ୍ଡରୁ ହସ୍ପିଟାଲ ଯାଏଁ ଦୌଡି ଥିଲେ। ଆଉ ତୁରନ୍ତ ଯାଇ ରୋଗୀଙ୍କ ସଫଳ ଭାବେ ସର୍ଜରୀ କରିଥିଲେ। ନିୟମିତ ବ୍ୟାୟାମ କରୁଥିବାରୁ ଦୈ।ଡିବା ପାଇଁ ତାଙ୍କୁ ଅସୁବିଧା ହୋଇନଥିଲା ବୋଲି ସର୍ଜନ ଗୋବିନ୍ଦ ନନ୍ଦକୁମାର କହିଛନ୍ତି।