କଟକ – ନକଲି ଔଷଧ କାରବାରର ମୁଖ୍ୟ କାର୍ପଟଦାର ଆତ୍ମସମର୍ପଣ କରିଛନ୍ତି । ପୂଜା ଏଣ୍ଟରପ୍ରାଇଜେସ୍ ଓ ଭିଆର ଏଜେନ୍ସିର ମାଲିକ ଥାନାରେ ଆତ୍ମସମର୍ପଣ କରିଛନ୍ତି । ନକଲି ଟେଲମା-୪୦ ଓ ଟେଲମା-ଏଏମ୍ ଜବତ ହେବା ପରେ ସଞ୍ଜୟ ଜଲାଲ ଓ ରାହୁଲ କୟାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ଓ ଟେଲମା-ଏଏମର ନକଲି ଔଷଧ ବିକ୍ରି କରିବାରେ ଥିଲେ ମୁଖ୍ୟ କାର୍ପଟଦାର । ପୁରୀ ଘାଟ ଥାନାରେ ଡ୍ରଗ୍ସ ଇନ୍ସପେକ୍ଟର ଅଭିଯୁକ୍ତଙ୍କ ନାଁରେ ଏତଲା ଦେଇଥିଲେ । ଏହାପରେ ଦୁଇ ଔଷଧ ବ୍ୟବସାୟୀ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଏହାପୂର୍ବରୁ ଡ୍ରଗ୍ସ ଇନ୍ସପେକ୍ଟର କଟକ ମାଣିକଘୋଷ ବଜାରରେ ଥିବା ଭିଆର ଏଜେନ୍ସି ଏବଂ ଜାଉଁଳିଆପଟି କଟକରେ ଥିବା ପୂଜା ଏଣ୍ଟରପ୍ରାଇଜେସ ନାଁରେ ଏତଲା ଦେଇଥିଲେ । ପୋଲିସ ତଦନ୍ତ ପ୍ରକ୍ରିୟା ଜୋରଦାର କରୁଥିବା ବେଳେ ଆତ୍ମସମର୍ପଣ କରିଛନ୍ତି ଦୁଇ ଅଭିଯୁକ୍ତ ।