ଭିଜିଲାନ୍ସ ଜାଲରେ ଫରେଷ୍ଟର | News Room Odisha

ଭିଜିଲାନ୍ସ ଜାଲରେ ଫରେଷ୍ଟର

ଭବାନୀପାଟଣା- କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଶଗଡ଼ା ବନାଞ୍ଚଳର ଫରେଷ୍ଟର ଯୋଗେନ୍ଦ୍ର ମାଝୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ୨ ଲକ୍ଷ ଟଙ୍କା ନେଇ ଗାଁକୁ ଯାଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ସୋମବାର ରାତି ୧୦ଟାରେ ଯୋଗେନ୍ଦ୍ର ୨ ଲକ୍ଷ ଟଙ୍କା ଧରି ଏକ ବାଇକ୍‌ ଯୋଗେ ନିଜ ଗାଁକୁ ଯାଉଥିଲେ। ଏହି ସମୟର ପୂର୍ବରୁ ସୂଚନା ପାଇ ଭିଜିଲାନ୍ସ ବିଭାଗ ଭବାନୀପାଟଣା ଇରିଗେସନ୍‌ କଲୋନୀ ଛକ ନିକଟରେ ଛକି ରହିଥିଲା। ଫରେଷ୍ଟର ମାଝୀ ସେହି ବାଟରେ ଯାଉଥିବା ବେଳେ ତାଙ୍କୁ କାବୁ କରି ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାକୁ ନେଇ ତାଙ୍କୁ ଭିଜିଲାନ୍ସ ଅଟକ ରଖିଛି। ମାଝୀଙ୍କୁ ଏ ନେଇ ଜେରା ଚାଲିଛି। ତାଙ୍କ ବିରୋଧରେ ବହୁ ଦୁର୍ନୀତି ଅଭିଯୋଗ ମଧ୍ୟ ରହିଛି ।