ନକଲି ମଦ ପ୍ରସ୍ତୁତ କାରଖାନା ଉପରେ ଚଢ଼ାଉ, ୪ ଗିରଫ | News Room Odisha

ନକଲି ମଦ ପ୍ରସ୍ତୁତ କାରଖାନା ଉପରେ ଚଢ଼ାଉ, ୪ ଗିରଫ

ବ୍ରହ୍ମପୁର – ନକଲି ମଦ ପ୍ରସ୍ତୁତ କାରଖାନା ଉପରେ ପୋଲିସର ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି ଗୋଳନ୍ଥରା ଥାନା ପୁଲିସ । ଏହା ସହିତ ବିପୁଳ ପରିମାଣର ନକଲି ମଦ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୪୦ ଲିଟର ସ୍ପିରିଟ, ୫୦୦ ଖାଲି ବୋତଲ, ୩୦୦୦ ବୋତଲର ଠିପି, ୫୦୦ ଲେବୁଲ, ୨୦ ଲିଟର ବିଭିନ୍ନ ବ୍ରାଣ୍ଡର ମଦ, ଅଟୋ ରିକ୍ସା ଓ ସ୍କୁଟି ରହିଥିବା ସୂଚନା । ଅଧିକ ତଦନ୍ତ ଜାରି ରହିଛି।