ସିକନ୍ଦରାବାଦ ଅଗ୍ନିକାଣ୍ଡରେ ମୃତକଙ୍କ ମଧ୍ୟରେ ଓଡ଼ିଆ ଦଂପତ୍ତି | News Room Odisha

ସିକନ୍ଦରାବାଦ ଅଗ୍ନିକାଣ୍ଡରେ ମୃତକଙ୍କ ମଧ୍ୟରେ ଓଡ଼ିଆ ଦଂପତ୍ତି

କଟକ – ତେଲେଙ୍ଗାନାର ସିକନ୍ଦରାବାଦରେ ଇଲେକ୍ଟ୍ରିକ୍‌ ବାଇକ୍‌ ସୋ’ ରୁମ୍‌ରେ ଘଟିଥିବା ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଦୁଇ ଓଡ଼ିଆ ଅଛନ୍ତି । ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଓଡ଼ିଆ ଦଂପତି ମଧ୍ୟ ଥିବା ନେଇ ସୂଚନା ମିଳିଛି। ସେମାନେ ହେଲେ କଟକ କାଫଲାବଜାରର ଚନ୍ଦନ ଜେଠୀ ଓ ସ୍ତ୍ରୀ ମିତାଲି ମହାପାତ୍ର ଜେଠୀ । ବର୍ଷକ ତଳେ ଉଭୟଙ୍କ ବିବାହ ହୋଇଥିଲା । ସେମାନେ ବେଙ୍ଗାଲୁରୁରେ ରହୁଥିଲେ। ଉଭୟ ଟ୍ରେନିଂ ପାଇଁ ସିକନ୍ଦରାବାଦ ଯାଇ ଏକ ଲଜ୍‌ରେ ଥିଲେ । ଇଲେକ୍ଟ୍ରିକ୍‌ ବାଇକ୍‌ ସୋ’ ରୁମ୍‌ରେ ନିଆଁ ଲାଗି ଲଜକୁ ମଧ୍ୟ ବ୍ୟାପି ଯାଇଥିଲା।