ଝାରସୁଗୁଡ଼ା ଡିଏଚ୍ଏଚରେ ସିଟି ସ୍କାନ ସେବାର ଶୁଭାରମ୍ଭ | News Room Odisha

ଝାରସୁଗୁଡ଼ା ଡିଏଚ୍ଏଚରେ ସିଟି ସ୍କାନ ସେବାର ଶୁଭାରମ୍ଭ

ଝାରସୁଗୁଡ଼ା: ଏବେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମିଳିବ ସିଟି ସ୍କାନ୍ ସୁବିଧା । ଅଞ୍ଚଳର ସ୍ବାସ୍ଥ୍ୟ କଲ୍ୟାଣ ନିମନ୍ତେ ବହୁ ପ୍ରତିକ୍ଷିତ ସିଟି ସ୍କାନ୍ ସେଣ୍ଟରକୁ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଉଦ୍‌ଘାଟନ କରିଛନ୍ତି। ଏହି ସିଟି ସ୍କାନ୍ ମେସିନ ସ୍ଥାପିତ ହେବା ଦ୍ବାରା ଉଚ୍ଚତର ରୋଗ ଚିହ୍ନଟ ପ୍ରକ୍ରିୟା ଏବେ ଜିଲ୍ଲାରେ ସୁବିଧାରେ ତଥା ନିଃଶୁଳ୍କ ହୋଇପାରିବ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ ଦାସଙ୍କ ସହିତ ଝାରସୁଗୁଡ଼ା ପୌରଧ୍ୟକ୍ଷା, ଉପ-ପୌରଧ୍ୟକ୍ଷ, ସିଡିଏମଓ ଏବଂ ସବୁ ବ୍ଲକ ଅଧ୍ୟକ୍ଷ ଉପସ୍ଥିତ ଥିଲେ। ଏହି ଅବସରରେ ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା କମ୍ୟୁନିଟି ହେଲଥ ଅଧିକାରୀଙ୍କୁ ତାଙ୍କର ନୂତନ କାର୍ଯ୍ୟ ପାଇଁ ମନ୍ତ୍ରୀ ସ୍ୱାଗତ ଜଣାଇବା ସହ ସେମାନଙ୍କୁ ଲାପଟପ୍ ବଣ୍ଟନ କରିଥିଲେ।

ସୂଚନାଯୋଗ୍ଯ ଯେ, ଝାରସୁଗୁଡ଼ା ପଶ୍ଚିମ ଓଡ଼ିଶାର ଅନ୍ୟତମ ସ୍ବାସ୍ଥ୍ୟ ସେବାର ହବ୍ ଭାବେ ପରିଣତ ହେବାକୁ ଯାଉଛି। ହାର୍ଟ ହସ୍‌ପିଟାଲ ସାଙ୍ଗକୁ କ୍ୟାନସର ହସ୍‌ପିଟାଲ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି।