ବିଏସଇର ଓପନିଂ ବେଲ୍ ବଜାଇବେ ମୁଖ୍ୟମନ୍ତ୍ରୀ | News Room Odisha

ବିଏସଇର ଓପନିଂ ବେଲ୍ ବଜାଇବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ – ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ- ବିଏସଇର ଓପନିଂ ବେଲ୍ ବଜାଇବେ । ସକାଳ ୯ଟା ବେଳେ ନବୀନ ବେଲ୍ ବଜାଇବେ । ବିଏସଇର ଓପନିଂ ବେଲ ବଜାଇ ଷ୍ଟକ ଏକ୍ସଚେଞ୍ଜର କାରବାର ଆରମ୍ଭ କରିବାକୁ ସଂକେତ ଦେବେ ନବୀନ । ଯାହାର ୧୫ ମିନିଟ ପରେ ଟ୍ରେଡିଂ ଆରମ୍ଭ ହେବ । ଟ୍ରେଡିଂ ଆରମ୍ଭ ହେବା ପୂର୍ବରୁ ବିଏସଇରେ ବେଲ୍ ବଜାଇବାର ପରମ୍ପରା ରହିଛି । ମୁଖ୍ୟମନ୍ତ୍ରୀ ପ୍ରଥମଥର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍ ବଜାଇବେ ।

ବହୁ ବିଶିଷ୍ଟ ବ୍ୟକ୍ତି ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍ ବଜାଇ ସାରିଛନ୍ତି । ଅମିତାଭ ବଚ୍ଚନ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ବେଲ୍ ବଜାଇଛନ୍ତି ।