ରାଜ୍ୟରେ ୨୮୬ ନୂଆ କୋରୋନା ପଜିଟିଭ ଚିହ୍ନଟ | News Room Odisha

ରାଜ୍ୟରେ ୨୮୬ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୨ ଶହ ଉପରେ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୮୬ ନୂଆ ପଜିଟିଭ । ସଙ୍ଗରୋଧରୁ ୧୬୭ ଓ ସ୍ଥାନୀୟ ଅଞ୍ଚଳରୁ ୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩୬ ଜଣ ୧୮ ବର୍ଷରୁ କମ ବୟସ୍କ ଅଛନ୍ତି ।

ଅନୁଗୁଳ ଜିଲ୍ଲାରୁ ୨, ବାଲେଶ୍ଵରରୁ ୫, ବରଗଡ଼ରୁ ୫, ଭଦ୍ରକରୁ ୧, ବଲାଙ୍ଗୀରରୁ ୧୨, ବୈ।ଦ୍ଧରୁ ୧, କଟକରୁ ୬୬, ଦେବଗଡରୁ
୨, ଗଞ୍ଜାମରୁ ୫, ଜଗତସିଂହପୁରରୁ ୪, ଯାଜପୁରରୁ ୨, କଳାହାଣ୍ଡିରୁ ୧୪, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୫୧, କୋରାପୁଟରୁ ୫, ମୟୂରଭଞ୍ଜରୁ ୫, ନବରଙ୍ଗପୁରରୁ ୯, ନୟାଗଡରୁ ୫, ନୂଆପଡ଼ାରୁ ୪, ପୁରୀରୁ ୩, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୮, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ଚିହ୍ନଟ ହୋଇଛନ୍ତି ୧୧ ଆକ୍ରାନ୍ତ। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ସକ୍ରିୟ ମାମଲା ୧ ହଜାର ୬୮୫ ର‌ହିଛି ।