ଦୁଇ ଓଡିଶା କ୍ୟାଡର ଆଇଏଏସଙ୍କ କେନ୍ଦ୍ରରେ ନୂଆ ନିଯୁକ୍ତି | News Room Odisha

ଦୁଇ ଓଡିଶା କ୍ୟାଡର ଆଇଏଏସଙ୍କ କେନ୍ଦ୍ରରେ ନୂଆ ନିଯୁକ୍ତି

ଭୁବନେଶ୍ୱର -ଦୁଇ ଓଡିଶା କ୍ୟାଡର ଆଇଏଏସ ଅଫିସର କେନ୍ଦ୍ରରେ ନୂଆ ନିଯୁକ୍ତି ପାଇଛନ୍ତି। ୧୯୯୦ ବ୍ୟାଚ ଆଇଏଏସ ଗୁଦେ ଶ୍ରୀନିବାସ ସ‍ଂସଦୀୟ ବ୍ୟାପାର ମନ୍ତ୍ରାଳୟରେ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ୧୯୯୦ ବ୍ୟାଚର ହିଁ ଆଉ ଜଣେ ଓଡିଶା କ୍ୟାଡର ଆଇଏଏସ ଆରତୀ ଆ‌ହୁଜା ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟର ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଦୁଇ ଆଇଏଏସ ଅଫିସରଙ୍କ ନୂଆ ନିଯୁକ୍ତିକୁ କ୍ୟାବିନେଟର ଆପଏଣ୍ଟମେଣ୍ଟସ କମିଟି ଅନୁମୋଦନ କରିଛି ।