ସାଇବର ଠକଙ୍କ ହନିଟ୍ରାପରେ ଫସିଲେ ଯୁବତୀ, ପ୍ରାୟ ୮ ଲକ୍ଷ ଟଙ୍କା ଚଳୁ | News Room Odisha

ସାଇବର ଠକଙ୍କ ହନିଟ୍ରାପରେ ଫସିଲେ ଯୁବତୀ, ପ୍ରାୟ ୮ ଲକ୍ଷ ଟଙ୍କା ଚଳୁ

କଟକ – ସାଇବର ଠକଙ୍କ ହନିଟ୍ରାପର ଶୀକାର ହୋଇଛନ୍ତି ଜଣେ ଯୁବତୀ।  ଯୁବତୀଙ୍କ ଠାରୁ ଠକି ନେଇଛନ୍ତି ୭ ଲକ୍ଷ ୯୫ ହଜାର ଟଙ୍କା। କଟକ ସାଇବର ଥାନାରେ ଏନେଇ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ ହୋଇଛି ।

ଠକ ଜଣକ ପ୍ରଥମେ ଇନଷ୍ଟାଗ୍ରାମ ଜରିଆରେ ଯୁବତୀଙ୍କ ସହ ବନ୍ଧୁତା କରିଥିଲା । ନିଜକୁ ସ୍କଟଲ୍ୟାଣ୍ଡ ବାସିନ୍ଦା ବୋଲି ପରିଚୟ ଦେଇ ଚାଟିଂ କରୁଥିଲା ସାଇବର ଠକ। ଇଞ୍ଜିନିୟର ବୋଲି ପରିଚୟ ଦେବା ସହ, ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ଠକ। ତାର ୪ଟି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ଯୁବତୀ।  ପଠାଇଥିବା ଉପହାର ବିମାନବନ୍ଦର କଷ୍ଟମ ବିଭାଗରୁ ମୁକୁଳାଇବା ପାଇଁ ଯୁବତୀଙ୍କୁ ଟଙ୍କା ମାଗିଥିଲା ଠକ। ଏହି ଠକେଇ ପଛରେ ନାଇଜେରୀୟ ବା ଜାମତରା ଗ୍ୟାଙ୍ଗ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।