ଆଜିଠାରୁ 'ପ୍ରକଳ୍ପ ଚିତା' ର ଶୁଭାରମ୍ଭ : ଆଫ୍ରିକାରୁ ଆସିଲା ୮ଟି ଚିତା | News Room Odisha

ଆଜିଠାରୁ ‘ପ୍ରକଳ୍ପ ଚିତା’ ର ଶୁଭାରମ୍ଭ : ଆଫ୍ରିକାରୁ ଆସିଲା ୮ଟି ଚିତା

ଭୁବନେଶ୍ବର – ଦୀର୍ଘ ୭ ଦଶକରୁ ଅଧିକ ସମୟ ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତର ଜଙ୍ଗଲରେ ପୁଣି ଦୈ।ଡିବେ ଚିତା । ଭାରତରେ ପହଞ୍ଚିଛି ନାମ୍ବିଆର ୮ ଆଫ୍ରିକୀୟ ଚିତା । ଚିତାଙ୍କୁ ନେଇ ଗ୍ବାଲିୟରରେ ପହଞ୍ଚିଛି ବିମାନ । ସକାଳ ପ୍ରାୟ ୯.୨୦ ମିନିଟରେ ମଧ୍ୟପ୍ରଦେଶର କୁନୋ- ପାଲପୁର ନ୍ୟାସନାଲ ପାର୍କରେ ଚିତାଙ୍କୁ ଛଡାଯିବ ।

କେନ୍ଦ୍ର ସରକାରଙ୍କ ‘ପ୍ରକଳ୍ପ ଚିତା’ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ନାମ୍ବିଆରୁ ୮ଟି ଚିତା ଅଣାଯାଇଛି । ଆସନ୍ତା ୫ ବର୍ଷ ମଧ୍ୟରେ ୫୦ଟି ଚିତା ଆଣିବାକୁ ରୂପରେଖ ପ୍ରସ୍ତୁତ ହୋଇଛି। ସେମାନଙ୍କୁ ଦେଶର ବିଭିନ୍ନ ଜାତୀୟ ଉଦ୍ୟାନରେ ଛଡ଼ାଯିବା ସହ ଚିତା ବଂଶ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏଭଳି ଖବରକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଉତ୍ସାହିତ ଅଛନ୍ତି । ହେଲେ ପ୍ରଥମଥର ପାଇଁ ଭାରତରେ ଆଫ୍ରିକୀୟ ଚିତାକୁ ଛଡ଼ାଯିବାକୁ ଥିବାରୁ ସେମାନଙ୍କ ଭବିଷ୍ୟତ ନେଇ ଆଶଙ୍କା ମଧ୍ୟ ପ୍ରକାଶ ପାଇଛି।