ରଣଜୀ ଟ୍ରଫି ଏଲିଟ ଗ୍ରୁପ 'ଏ'ରେ ଓଡ଼ିଶା, ଡିସେମ୍ବର ୧୩ରୁ ବରୋଦା ବିପକ୍ଷରେ ଅଭିଯାନ ଆରମ୍ଭ | News Room Odisha

ରଣଜୀ ଟ୍ରଫି ଏଲିଟ ଗ୍ରୁପ ‘ଏ’ରେ ଓଡ଼ିଶା, ଡିସେମ୍ବର ୧୩ରୁ ବରୋଦା ବିପକ୍ଷରେ ଅଭିଯାନ ଆରମ୍ଭ

ଭୁବନେଶ୍ବର – ୨୦୨୨-୨୩ ରଣଜୀ ଟ୍ରଫିରେ ଓଡ଼ିଶା ଏଲିଟ ଗ୍ରୁପ୍‌ ‘ଏ’ରେ ରହିଛି । ଏଲିଟ୍‌ ଗ୍ରୁପ୍‌ ଏ’ରେ ବଙ୍ଗଳା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିଆଣା, ହିମାଚଳ ପ୍ରଦେଶ, ବରୋଦା ଓ ନାଗାଲାଣ୍ଡ ସହିତ ଓଡ଼ିଶା ରହିଛି। ଓଡ଼ିଶା ଦଳ ନିଜର ପ୍ରଥମ ମ୍ୟାଚ ଡିସେମ୍ବର ୧୩ ତାରିଖରୁ ବରୋଦା ବିପକ୍ଷରେ ଖେଳିବ । ଓଡ଼ିଶାରେ ଖେଳାଯିବ ଏହି ମ୍ୟାଚ୍ । ଏହାପରେ ୨୦ ତାରିଖରେ ଉତ୍ତରାଖଣ୍ଡ, ୨୭ରେ ହରିଆଣା, ଜାନୁଆରୀ ୩ରେ ନାଗାଲାଣ୍ଡ, ୧୦ରେ ହିମାଚଳ ପ୍ରଦେଶ, ୧୭ରେ ଉତ୍ତରପ୍ରଦେଶ, ୨୪ରେ ବଙ୍ଗଳା ବିପକ୍ଷରେ ଓଡ଼ିଶା ମ୍ୟାଚ ଖେଳିବ। ବରୋଦା ସମେତ ହରିଆଣା ଓ ନାଗାଲାଣ୍ଡ ବିପକ୍ଷ ମ୍ୟାଚ୍‌ ମଧ୍ୟ ଓଡ଼ିଶାରେ ହେବ ।

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରୁ ଓଡ଼ିଶା ବରିଷ୍ଠ ଦଳ ଘରୋଇ ଅଭିଯାନ ଆରମ୍ଭ କରିବ। ଏଥିରେ ଗ୍ରୁପ୍‌ ଇ’ରେ ସ୍ଥାନ ପାଇଥିବା ଓଡ଼ିଶା ଅକ୍ଟୋବର ୧୧ରେ ଆସାମ, ୧୨ରେ ତାମିଲନାଡୁ, ୧୪ରେ ବେଙ୍ଗଲ, ୧୬ରେ ଚଣ୍ଡିଗଡ଼, ୨୦ରେ ଝାଡ଼ଖଣ୍ଡ‌ ଓ ୨୨ରେ ଛତିଶଗଡ଼ ବିପକ୍ଷରେ ଖେଳିବ। ସମସ୍ତ ମ୍ୟାଚ୍‌ ଲକ୍ଷ୍ନୌରେ ଖେଳାଯିବ।