ଆକ୍ରମଣରେ ବୁଗୁଡ଼ା ଜିଲ୍ଲା ପରିଷଦ ସଭ୍ୟ ଗୁରୁତର | News Room Odisha

ଆକ୍ରମଣରେ ବୁଗୁଡ଼ା ଜିଲ୍ଲା ପରିଷଦ ସଭ୍ୟ ଗୁରୁତର

ଭଞ୍ଜନଗର: ଦୁଇ ଅଜଣା ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଜୋନ୍- ୪୨ ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାପାଣି ଜେନା ଗୁରୁତର ହୋଇଛନ୍ତି। ଆଜି ବିଳମ୍ବିତ ସନ୍ଧ୍ୟା ପ୍ରାୟ ୮ଟାରେ ଏହି ଘଟଣା ଘଟିଛି। ଗଙ୍ଗାପାଣି ନିଜର ଜଣେ ବନ୍ଧୁଙ୍କ ସହ ବୁଗୁଡାରୁ ତାଳସାକର ଯାଉଥିଲେ। ବୁରୁଝୋଲା ପାଖ ଜଙ୍ଗଲ ରାସ୍ତାରେ ୨ ଜଣ ଆକ୍ରମଣକାରୀ ଉଭୟଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଗଙ୍ଗାପାଣିଙ୍କ ମୁଣ୍ଡ, ପେଟ, ଗୋଡ଼ରେ ଗଭୀର ଆଘାତ ଲାଗିଛି। ତାଙ୍କ ସହଯୋଗୀ ମଧ୍ୟ ଗୁରୁତର ହୋଇଛନ୍ତି। ଦୁହିଁଙ୍କୁ ବୁଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।