ରାଜ୍ୟରେ ୨୦୭ ନୂଆ କୋରୋନା ପଜିଟିଭ ଚିହ୍ନଟ, ସକ୍ରିୟ ମାମଲା ୧ ହଜାର ୬୦୯ | News Room Odisha

ରାଜ୍ୟରେ ୨୦୭ ନୂଆ କୋରୋନା ପଜିଟିଭ ଚିହ୍ନଟ, ସକ୍ରିୟ ମାମଲା ୧ ହଜାର ୬୦୯

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୦୭ ନୂଆ କୋରୋନା ପଜିଟିଭ । ସଙ୍ଗରୋଧରୁ ୧୨୧ ଓ ସ୍ଥାନୀୟ ଅଞ୍ଚଳରୁ ୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩୭ ଜଣ ୧୮ ବର୍ଷରୁ କମ ବୟସ୍କ ଅଛନ୍ତି।

ବାଲେଶ୍ଵରରୁ ୧୧ , ବରଗଡରୁ ୫ , ବଲାଙ୍ଗୀରରୁ ୬, କଟକରୁ ୧୫ , ଦେବଗଡ଼ରୁ ୪ , ଗଜପତିରୁ ୨, ଗଞ୍ଜାମରୁ ୨, ଜଗତସିଂହପୁରରୁ ୪, ଯାଜପୁରରୁ ୧, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୮, କନ୍ଧମାଳରୁ ୧, କେନ୍ଦୁଝରରୁ ୧, କେନ୍ଦ୍ରାପଡ଼ାରୁ ୬, ଖୋର୍ଦ୍ଧାରୁ ସର୍ବାଧିକ ୫୭, ମୟୂରଭଞ୍ଜରୁ ୫, ନବରଙ୍ଗପୁରରୁ ୮,ନୟାଗଡରୁ ୫, ନୂଆପଡାରୁ ୨, ପୁରୀରୁ ୧୧ , ରାୟଗଡ଼ାରୁ ୬, ସମ୍ବଲପୁରରୁ ୭ , ସୋନପୁରରୁ ୩ , ସୁନ୍ଦରଗଡ଼ରୁ ୨୪ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଷ୍ଟେଟ ପୁଲରୁ ୧୨ ପଜିଟିଭ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ୧ ହଜାର ୬୦୯ ସକ୍ରିୟ ମାମଲା ରହିଛି