ଦୁର୍ଘଟଣାଗ୍ରସ୍ତ , ୫ ଯାତ୍ରୀ ଆହତ | News Room Odisha

ଦୁର୍ଘଟଣାଗ୍ରସ୍ତ , ୫ ଯାତ୍ରୀ ଆହତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଏନଏଚ ୫୭ ର ବାଉଁଶୁଣୀ ମାଉଲୀ ମନ୍ଦିର ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ ଛତିଶଗଡ ରାଜ୍ୟର ୫ ଜଣ ତୀର୍ଥ ଯାତ୍ରୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ବୋଲେରୋ ଯୋଗେ ପୁରୀ ଯାଉଥିଲେ । ତେବେ ଡ୍ରାଇଭରକୁ ନିଦ ଆସି ଯିବାରୁ ଉକ୍ତ ସ୍ଥାନରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଗାଡ଼ିରେ ଥିବା ଯାତ୍ରୀ ମାନଂକ ମଧ୍ୟରୁ ୫ ଜଣ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାଉଁଶୁଣି ଦମକଳ ବାହିନୀର ସହାୟତାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।