ଓଲଟିଲା ୟୁପିର ଯାତ୍ରୀବାହୀ ବସ୍ : ୧୯ ଆହତ | News Room Odisha

ଓଲଟିଲା ୟୁପିର ଯାତ୍ରୀବାହୀ ବସ୍ : ୧୯ ଆହତ

ଯାଜପୁର – ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ୧୬ ନମ୍ବର ଜାତୀୟ ରାଜପଥର ସାହାପୁର ନିକଟରେ ଗତରାତିରେ ଏକ ଏକ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ର ସମସ୍ତ ଯାତ୍ରୀ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି।

ଉତ୍ତରପ୍ରଦେଶର ଏକ ଘରୋଇ ବସ୍‌ରେ ପ୍ରାୟ ୮୦ ଜଣ ପୁରୁଷ/ ମହିଳା ଯାତ୍ରୀ ପୁରୀ ଯାଇଥିଲେ। ସେଠୁ ଜଗନ୍ନାଥ ଦର୍ଶନ ସାରି ସମସ୍ତ ଯାତ୍ରୀ ନିଜ ରାଜ୍ୟ ଫେରୁଥିଲା ବେଳେ ବିଳମ୍ବିତ ରାତିରେ ସାହାପୁର ନିକଟରେ ବସ୍‌ଟି ଓଲଟି ପଡିଥିଲା।

ସ୍ଥାନୀୟ ଲୋକ ଓ ପାଣିକୋଇଲି ପାଟ୍ରୋଲିଂ ପୋଲିସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଯାଜପୁରରୋଡ ମେଡିକାଲକୁ ପଠାଇଥିଲେ। ୧୯ ଜଣ ଆହତଙ୍କ ମଧ୍ୟରୁ ୨ ମହିଳା ଓ ଜଣେ ପୁରୁଷଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଯାଜପୁର ଟାଉନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।