ସାନଖେମୁଣ୍ଡି: ନଦୀରେ ଭାସିଗଲେ ଦୁଇ ଯୁବକ | News Room Odisha

ସାନଖେମୁଣ୍ଡି: ନଦୀରେ ଭାସିଗଲେ ଦୁଇ ଯୁବକ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଫାସିଗୁଡା ପଞ୍ଚାୟତ ବାଙ୍ଗରଡା ଗାଁରେ ଅଘଟଣ। ଗାଁ ପାଖ ଘୋଡ଼ାହାଡ଼ ନଦୀର ପ୍ରଖର ସୁଅରେ ମଙ୍ଗଳବାର ପୂର୍ବାହ୍ନରେ ଦୁଇ ଯୁବକ ଭାସିଯାଇଛନ୍ତି। ବଳିଆ ଡାକୁଆ ନାମକ ଯୁବକ ନିଖୋଜ ହୋଇଯାଇଥିବା ବେଳେ ଜଗନ୍ନାଥ ସେଠି ନାମକ ଯୁବକଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ନିଖୋଜ ବଳିଆଙ୍କୁ ଘୋଡ଼ାହାଡ଼ ନଦୀରେ ଖୋଜୁଛନ୍ତି। ଗତ ଦୁଇ ଦିନ ହେବ ଜିଲ୍ଲାତମାମ ବର୍ଷା ଲାଗି ରହିଥିବାରୁ ନଦୀର ସୁଅ ପ୍ରଖର ହୋଇଯାଇଥିଲା। ବଳିଆ ଓ ଜଗନ୍ନାଥ ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀରେ ଭାସିଯାଇ ଥିଲେ।