ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାରଙ୍କ ବିପୁଳ ସଂପତ୍ତି, ୨୧ଟି ପ୍ଲଟ ଠାବ | News Room Odisha

ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାରଙ୍କ ବିପୁଳ ସଂପତ୍ତି, ୨୧ଟି ପ୍ଲଟ ଠାବ

ସୁନ୍ଦରଗଡ଼ – ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ସଂପତ୍ତି ସଂପର୍କରେ ସୂଚନା ମିଳିବାରେ ଲାଗିଛି । ତାଙ୍କର ୨ଟି ବହୁତଳ ବିଶିଷ୍ଟ କୋଠା, ୪ଟି ଘର ଓ ୨୧ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ । ସମସ୍ତ ପ୍ଲଟ୍ ସୁନ୍ଦରଗଡ଼ରେ ଥିବା ସୂଚନା ମିଳିଛି। ୨ଟି କାର୍ ଓ ୨ଟି ଟ୍ରାକ୍ଟର ମଧ୍ୟ ଠାବ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଓ ଅନ୍ୟ ଠିକଣାରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ବହିରଡୁମାବାହାଲ, ଲେଫ୍ରିପଡ଼ା ଓ ସୁନ୍ଦରଗଡ଼ର ୮ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ।