ଜଳେଶ୍ଵରରୁ ପୁଣି ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ୩ ଗିରଫ

ଜଳେଶ୍ୱର – ବାଲେଶ୍ଵର ଜିଲ୍ଲାର ଜଳେଶ୍ବରରୁ ପୁଣି ବ୍ରାଉନ ସୁଗାର ଜବତ । ଏଠାରୁ ୭୯୩ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା। ବ୍ରାଉନସୁଗାର କାରବାର କରୁଥିବା ୩ ଜଣଙ୍କୁ ଗିରଫ କରାଯାଇଛି।

ଆଜି ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ବ୍ରାଉନସୁଗାର କାରବାରୀଙ୍କ ଆଡ୍ଡା ଉପରେ ଚଢାଉ କରାଯାଇଥିଲା । ତିନି ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ବସ୍ତା ମୁଖପାଳ ଅଞ୍ଚଳରର ପରେଶ ଦାସ, ଦେଭୋଗ ଅଞ୍ଚଳର ଏସ୍‌କେ ସିକୁରିଦ୍ଦିନ ଓ ଜଳେଶ୍ୱର ଶାସନବାଦ ଗ୍ରାମର ଏସ୍‌କେ ମୁସ୍ତାଫା ।

Comments are closed.