ଆଜି ରାଜ୍ୟ କ୍ୟାବିନେଟ ବୈଠକ | News Room Odisha

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର – ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ୩୦ ମିନିଟରେ କ୍ୟାବିନେଟ୍‍ ବୈଠକ ବସିବ ବୋଲି ଜଣାପଡ଼ିଛି। ବୈଠକରେ କ୍ୟାବିନେଟ ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରାୟ ୨୫ଟି ପ୍ରସ୍ତାବ ଉପରେ ଆଲୋଚନା ହେବା ସମ୍ଭାବନା ରହିଛି । ପଞ୍ଚାୟତିରାଜ, ପାନୀୟଜଳ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ । ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ, ତୃଣମୂଳ ସ୍ତରରେ ପ୍ରଶାସନକୁ ମଜଭୁତ କରିବା , ବିଭିନ୍ନ କ୍ୟାଡର ରୁଲ ସଂଶୋଧନ ଓ ନିଯୁକ୍ତି ସଂପର୍କିତ ନିଷ୍ପତ୍ତି ନିଆଯାଇପାରେ । ଆଜିର ବୈଠକରେ ଭୁବନେଶ୍ୱରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନ ଏବଂ ଜିଲ୍ଲାରେ ଥିବା ମନ୍ତ୍ରୀମାନେ ଜିଲ୍ଲା ମୁଖ୍ୟାଳୟରୁ ଆଭାସୀ ମାଧ୍ୟମରେ ଯୋଗ ଦେବେ ବୋଲି ଜଣାପଡ଼ିଛି।