କୋରାପୁଟ – କୋରାପୁଟ ପୋଲିସ, ଏସଓଜି ଓ ଡିଭିଏଫ ପକ୍ଷରୁ ଗତ ୨୦ ତାରିଖରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଏକ ନକ୍ସଲ ବିରୋଧୀ ଅପରେସନ କରାଯାଇଥିଲା। ଅପରେସନରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ୭୦ ହଜାର ଟଙ୍କା ସମେତ ୧୭ ମିଟର ତାର, ୩୧ଟି ଜିଲେଟିନ ଷ୍ଟିକ, ୧୧ଟି ଡିଟୋନେଟର, ଏକ ତାର ବଣ୍ଡଲ, ୨ଟି ଟିଫିନ୍ ବୋମା, ଗୋଟିଏ ପ୍ରେସର କୁକର ବୋମା, ଗୋଟିଏ ଟେଷ୍ଟିଂ ପିନ ରହିଛି।
ଏଣେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଓ ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନା ଅନ୍ତର୍ଗତ ହଁନୁମାଲ, ସିଂଧୁପୁଟ, ଅଣ୍ଡେଇ ପଦର, ଅନ୍ଦ୍ରହଲ, ଉଡୁଲିପଦର ଆଦି ଅଞ୍ଚଳର ବହୁ ମାଓ ସମର୍ଥକ ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।