କଟକରୁ ପୁଣି ନକଲି ଔଷଧ ଜବତ | News Room Odisha

କଟକରୁ ପୁଣି ନକଲି ଔଷଧ ଜବତ

କଟକ – କଟକରୁ ପୁଣି ଥରେ ନକଲି ଔଷଧ ଜବତ ହୋଇଛି । ତିନିଟି ଫାର୍ମାସୀରୁ ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହୋଇଛି । ଟେଲମା ବ୍ରାଣ୍ଡର ଔଷଧକୁ ଜବତ କରିଛି ଡ୍ରଗ କଣ୍ଟ୍ରୋଲ ବିଭାଗ । ଗିରଫ ଦୁଇ ଷ୍ଟକିଷ୍ଟଙ୍କ ଦ୍ୱାରା ବିକ୍ରି ହୋଇଥିଲା ଏହି ସବୁ ଔଷଧ। ଗତ ଦୁଇ ସପ୍ତାହ ମଧ୍ୟରେ ୪୫ ଲକ୍ଷ ଟଙ୍କାର ନକଲି ମେଡିସିନ ଜବତ ହୋଇସାରିଛି।

ନକଲି ଔଷଧ ମାମଲାର ତଦନ୍ତ ପାଇଁ ଆଜି ବିହାର ଯିବ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍। ପୂର୍ବରୁ ମଧ୍ୟ ମାମଲାର ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯାଇଛି କମିଶନରେଟ ପୋଲିସ । ଦିନକୁ ଦିନ ନକଲି ଔଷଧ କାରବାରର ଚେର ଲମ୍ବିବାରେ ଲାଗିଛି । ଗତ ୯ ତାରିଖରେ କଟକ ଭି.ଆର ଡ୍ରଗ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜର୍ସରୁ ୨୦ ଲକ୍ଷରୁ ଅଧିକ ଟଙ୍କାର ନକଲି ଔଷଧ ଜବତ କରାଯାଇଥିଲା।