ଜିଲ୍ଲା ପରିଷଦ ସଦସ୍ୟଙ୍କ ଆତ୍ମହତ୍ୟା ! | News Room Odisha

ଜିଲ୍ଲା ପରିଷଦ ସଦସ୍ୟଙ୍କ ଆତ୍ମହତ୍ୟା !

ଭୁବନେଶ୍ୱର – ପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିଥିବା ଜଣାପଡିଛି । ଭୁବନେଶ୍ୱରର ଶିଶୁପାଳଗଡ଼ରେ ଥିବା ତାଙ୍କ ବାସଭବନର ବାଲକୋନିରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି। ସେ ବିଜେଡିର ନେତା ଥିଲେ। ତାଙ୍କର ପତ୍ନୀ ଓ ଗୋଟିଏ ପୁଅ ଅଛନ୍ତି। ମୃତ୍ୟୁର ଚାରି ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର ସୋସିଆଲ ମିଡିଆରେ କରିଥିବା ପୋଷ୍ଟକୁ ନେଇ ସସପେନ୍ସ ବଢ଼ିଛି। ତାଙ୍କ ଫୋନ ଦୁଇଟାରେ ଥିବା ସବୁ ଭିଡିଓକୁ ଲୋକଲୋଚନକୁ ଆଣିବେ ବୋଲି ସେ କହିଛନ୍ତି।ତାଙ୍କ ପରିବାରରେ ରାଜନୈତିକ ସମସ୍ୟା ଥିବା ସେ କହିଛନ୍ତି। ଆତ୍ମହତ୍ୟା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି।