ନକଲି ଔଷଧ ମାମଲା: ବିହାରରରୁ ଦୁଇ ଅଭିଯୁକ୍ତଙ୍କୁ କଟକ ଆଣି ପଚରାଉଚରା | News Room Odisha

ନକଲି ଔଷଧ ମାମଲା: ବିହାରରରୁ ଦୁଇ ଅଭିଯୁକ୍ତଙ୍କୁ କଟକ ଆଣି ପଚରାଉଚରା

କଟକ- ନକଲି ମେଡିସିନ ମାମଲାରେ ବିହାରର ଗୟାରୁ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଧରି କଟକ ଆଣିଛି ପୋଲିସ। ଦୁଇ ଅଭିଯୁକ୍ତଙ୍କୁ କଟକ ପୋଲିସ ଟ୍ରାନଜିଟ ରିମାଣ୍ଡରେ ଆଣିଛି। ଅଭିଯୁକ୍ତମାନଙ୍କୁ କଟକର ପୁରୀଘାଟ ଥାନାରେ ଜେରା କରାଯାଇଛି।

ନକଲି ଔଷଧ ମାମଲାରେ କମିସନରେଟ ପୋଲିସ ବିହାର ଗୟା ଜିଲ୍ଲାର ବାଲାଜୀ ଡ୍ରଗସ୍ କମ୍ପାନିରେ ଚଢ଼ାଉ କରିଛି। ଏହି କମ୍ପାନିର ଦୁଇ ବରିଷ୍ଠ ଅଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କୁ ଗିରଫ କରି ପୁରୀଘାଟ ଥାନା ପୁଲିସ ଟ୍ରାନଜିଟ ରିମାଣ୍ଡରେ କଟକ ଆଣିବାକୁ ଯୋଜନା କରିଥିଲା। ସେହି କମ୍ପାନିରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ପୋଲିସ । ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଭି.ଆର୍ ଡ୍ରଗ୍ ଏଜେନ୍ସିର ରାହୁଲ କ୍ୟାଲ୍ ଓ ପୂଜା ଏଣ୍ଟରପ୍ରାଇଜର୍ସର ସଞ୍ଜୟ ଜଲାନଙ୍କ ନିକଟରୁ ୫୩ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ଘଟଣାରେ ବିହାର ଯାଇଥିବା ୪ ଜଣିଆ ଟିମ୍ ଶନିବାର ଏକାଧିକ ସ୍ଥାନରେ ଚଢ଼ାଉ କରିଛି। ଗୟା ପୁଲିସର ଏକ ଟିମ୍ ଏବେ ପୁରୀଘାଟ ଥାନା ପୋଲିସ ସହିତ ମିଶି ଏହି ତଦନ୍ତ କରୁଛି। ବାଲାଜୀ ଡ୍ରଗସ୍ କମ୍ପାନିର କାଗଜପତ୍ର ପୁଲିସ ଯାଞ୍ଚ କରୁଛି। ଏହି କମ୍ପାନିକୁ ଡ୍ରଗସ୍ ପକ୍ଷରୁ କୌଣସି ଲାଇସେନ୍ସ ମିଳିଛି କି ନାହିଁ ଏବଂ କଟକରେ କେବଳ ରାହୁଲ ଓ ସଞ୍ଜୟକୁ ଏମାନେ ନକଲି ଔଷଧ ଚାଲାଣ କରୁଥିଲେ ନା ଅନ୍ୟ କେଉଁମାନଙ୍କୁ ଚାଲାଣ କରୁଥିଲେ, ସେ ନେଇ କାଗଜପତ୍ର ପୋଲିସ ଯାଞ୍ଚ କରୁଛି।