ବସରେ କଫସିରପ ଚାଲାଣ, କଣ୍ଡକ୍ଟର ଗିରଫ | News Room Odisha

ବସରେ କଫସିରପ ଚାଲାଣ, କଣ୍ଡକ୍ଟର ଗିରଫ

ବରଗଡ଼: ଭୁବନେଶ୍ବରରୁ ନୂଆପଡା ଅଭିମୁଖେ ଆସୁଥିବା ଘରୋଇ ବସ ପିଙ୍କିରେ କଫ ସିରଫ ଚାଲାଣ । କୌଣସି ସୂତ୍ରରୁ ଉକ୍ତବସରେ କଫ ସିରପ ଚାଲାଣ ହେଉଥିବା ନେବା ନେଇ ପୁଲିସ ସୂଚନା ପାଇଥିଲା ।ତେବେ ବସ ଆସୁଥିବା ଖବର ପାଇ ସୋହେଲା ପୋଲିସ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ୭୯୮ଟି କଫ ସିରପ ଜବତ କରାଯାଇଥିଲା । ଏହି ଘଟଣା ଉପରେ କଣ୍ଡକ୍ଟର ସରୋଜ କୁମାର ସାହୁକୁ ସମ୍ପୃକ୍ତି ଥିବା ନେଇ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଉପଖଣ୍ଡ ପୋଲିସ ଅଧିକାରୀ ପଦ୍ମପୁରଙ୍କ ସୂଚନା ଦେଇଛନ୍ତି।