ସହିଦ ଭଗତ ସିଂହଙ୍କ ଜନ୍ମ ବାର୍ଷିକୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି | News Room Odisha

ସହିଦ ଭଗତ ସିଂହଙ୍କ ଜନ୍ମ ବାର୍ଷିକୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ସହିଦ ଭଗତ ସିଂହଙ୍କ ଆଜି ଜନ୍ମ ବାର୍ଷିକୀ । ଏ‌ହି ଅବସରରେ ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ସେ‌ହି ମହାନ ସଂଗ୍ରାମୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶ ପାଇଁ ମହାନ ବିପ୍ଳବୀ ନେତାଙ୍କ ବଳିଦାନ ଭୁଲି ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭଗତ ସିଂହଙ୍କ ବୀରତ୍ୱ ଓ ଦେଶମାତୃକା ପ୍ରତି ସ୍ନେହ ପିଢ଼ି ପିଢ଼ି ଧରି ଦେଶ ପାଇଁ ନିଃସ୍ୱାର୍ଥପର ସେବା କରିବାକୁ ପ୍ରେରଣା ଯୋଗାଉଥିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।