ଶାରଦୀୟ ଦୁର୍ଗାପୂଜାର ଆଜି ଚତୁର୍ଥ ଦିନ, ଏହି ଦିନ ମା' ଶ୍ରୀଦୁର୍ଗାଙ୍କ ଚତୁର୍ଥ ସ୍ଵରୂପ ଦେବି କୁଷ୍ମାଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପିତ | News Room Odisha

ଶାରଦୀୟ ଦୁର୍ଗାପୂଜାର ଆଜି ଚତୁର୍ଥ ଦିନ, ଏହି ଦିନ ମା’ ଶ୍ରୀଦୁର୍ଗାଙ୍କ ଚତୁର୍ଥ ସ୍ଵରୂପ ଦେବି କୁଷ୍ମାଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପିତ

ଶାରଦୀୟ ଦୁର୍ଗାପୂଜାର ଆଜି ଚତୁର୍ଥ ଦିନ। ଏହି ଦିନ ମା’ ଶ୍ରୀଦୁର୍ଗାଙ୍କ ଚତୁର୍ଥ ସ୍ଵରୂପ ଦେବି କୁଷ୍ମାଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଉଦରରୁ ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିବା କାରଣରୁ ଦେବିଙ୍କୁ କୁଷ୍ମାଣ୍ଡା ରୂପରେ ପୂଜା କରାଯାଏ। ମା’ କୁଷ୍ମାଣ୍ଡା ତେଜ ଏବଂ ପ୍ରତାପର ସ୍ଵରୂପ। ତାଙ୍କର ତେଜ ପ୍ରତାପରେ ଦଶ ଦିଗକୁ ପ୍ରକାଶ ମିଳୁଛି। କୁହାଯାଏ ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କ ଠାରୁ ଯେଉଁ ତେଜ ବାହାରେ ତାହା ଦେବି କୁଷ୍ମାଣ୍ଡାଙ୍କ ଦେୟ।

ଯେବେ ସୃଷ୍ଟିର ଅସ୍ତିତ୍ଵ ନଥିଲା, ସେହି ସମୟରେ ଦେବି ଭଗବତୀ ସୃଷ୍ଟି ରଚନା କରିଥିଲେ। ସେଥିପାଇଁ ଦେବିଙ୍କୁ ଆଦି ସ୍ଵରୂପା ବା ଆଦିଶକ୍ତି କୁହାଯାଏ। ମା’ ସିଂହବାହିନୀରେ ବିରାଜମାନ କରନ୍ତି। ତାଙ୍କ ହସ୍ତରେ କମଣ୍ଡଳୁ, ଧନୁଷ, ବାଣ, ପୁଷ୍ପ, ଅମୃତକଳସ, ଚକ୍ର, ଏବଂ ଗଦା ରହିଛି। ସେହିପରି ଅଷ୍ଟମ ହସ୍ତରେ ଜପମାଳା, ରହିଛି। ମା’ କୁଷ୍ମାଣ୍ଡାଙ୍କ ଉପାସନା କଲେ ଭକ୍ତଙ୍କ ସମସ୍ତ ରୋଗ ଶୋକ ନଷ୍ଟ ହୋଇଥାଏ।
ଯା ଦେବୀ ସର୍ବଭୂତେଷୁ ମା’ କୁଷ୍ମାଣ୍ଡା ରୂପେଣ ସଂସ୍ଥିତା।
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ।।
ସଂସାରର ସୁଖ ପ୍ରାପ୍ତି ଦେବୀ ହେଉଛନ୍ତି ମା’ କୁଷ୍ମାଣ୍ଡା। ଏହି ମା’ ଦୁର୍ଗାଙ୍କର ଚତୁର୍ଥ ସ୍ୱରୂପ ଦେବୀ କୁଷ୍ମାଣ୍ଡାଙ୍କୁ ପୂଜିବାର ବିଧି ରହିଛି । ଏହି ମା’ଙ୍କ ଆରାଧନା ଦ୍ୱାରା ଭକ୍ତଙ୍କ ବଳ, ବୁଦ୍ଧି ବିଦ୍ୟା, ପ୍ରେମ, ଜ୍ଞାନ,ଆୟୁ, ଯଶ, ଆରୋଗ୍ୟ, ସନ୍ତାନର ସୁଖପ୍ରାପ୍ତ ହୋଇଥାଏ।ଶାସ୍ତ୍ର ଅନୁଯାୟୀ ଯେତେ ବେଳେ ସାରା ଜଗତ ଅସ୍ତିତ୍ୱ ବିହିନ ଥିଲା, ସେହି ସମୟରେ ଦେବୀ କୁଷ୍ମାଣ୍ଡା ପୁରା ବ୍ରହ୍ମାଣ୍ଡକୁ ସଂରଚନା କରିଥିଲେ ।

ସୃଷ୍ଟିର ଆଦି ସ୍ୱରୂପା ଦେବୀ ହେଉଛନ୍ତି କୁଷ୍ମାଣ୍ଡା । ତାଙ୍କର ଏହି ସ୍ୱରୁପକୁ ପ୍ରଜ୍ୱଳିତ ପ୍ରଭାକର ବୋଲି କୁହାଯାଏ । ଅର୍ଥାତ ଚମକୁ ଥିବା ସୂର୍ଯ୍ୟଙ୍କ ଭଳି । ତାଙ୍କର କୀରଣ ଏତେ ମାତ୍ରାରେ ପ୍ରକାଶମୟ ଯେ ଦଶ କୋଣକୁ ପ୍ରଜ୍ୱଳିତ କରିପାରିବ । ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ମା’ କିରଣ ଛାଇ ହୋଇଛି ।

ଏହାସହିତ ସେ ଅଷ୍ଟଭୁଜା ଦେବୀ ନାମରେ ପ୍ରସିଦ୍ଧ । ତାଙ୍କ ହସ୍ତରେ ପଦ୍ମ, କମଣ୍ଡଳ, ଅମୃତପୂର୍ଣ୍ଣ କଳଶ, ଧନୁଷ, ବାଣ, ଚକ୍ର, ଗଦା ଏବଂ ଜପମାଳା ଧାରଣ କରିଥାନ୍ତି । ସାରା ଜଗତକୁ ସିଦ୍ଧି ଏବଂ ନିଧି ପ୍ରଦାନ କରୁଥିବା ଦେବୀ ହେଉଛନ୍ତି ମା’ କୁଷ୍ମାଣ୍ଡା । ସେଥିପାଇଁ ପୂର୍ବମୁଖା ହୋଇ ଲାଲ ରଙ୍ଗର ଆସନ ଉପରେ ବସି ସକାଳ ୬ ରୁ ୭ଟା ମଧ୍ୟରେ ମାଙ୍କର ସାଧନା କରନ୍ତୁ । ହାତରେ ଜଳ, ପୁଷ୍ପ, ଅକ୍ଷତ ନେଇ ସଂକଳ୍ପ କରନ୍ତୁ । ଏହାପରେ ହାତ ଯୋଡି ଦେବୀ ମାଙ୍କୁ ଧ୍ୟାନକରନ୍ତୁ।ଦେବୀଙ୍କ ପୂଜାରେ ସୁଦ୍ଧ ଘିଆ ଦୀପ ଜଳାନ୍ତୁ । ସେହିପରି ଦେବୀଙ୍କ ଠାରେ ଲାଲ ରଙ୍ଗ ଫୁଲ ଅର୍ପଣ କରି ହାଲୁଆ ଭୋଗ ଲଗାନ୍ତୁ । ଶୃଙ୍ଗାରରେ ରକ୍ତ ଚନ୍ଦନ ଅର୍ପଣ କରନ୍ତୁ ।