ଭିଜିଲାନ୍ସ ଜାଲରେ ଇଡକୋ ଅଧିକାରୀ | News Room Odisha

ଭିଜିଲାନ୍ସ ଜାଲରେ ଇଡକୋ ଅଧିକାରୀ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଇଡକୋ ଆସିଷ୍ଟାଣ୍ଟ ମ୍ୟାନେଜର ( ସିଭିଲ )ମନୋଜ କୁମାର ଲେଙ୍କାଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢ଼ାଉ । ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ପଟ୍ଟାମୁଣ୍ଡାଇ ସ୍ଥିତ ପୈତୃକ ଘର ଓ ଭୁବନେଶ୍ୱର ଅଫିସ୍ ସମେତ ୭ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ ।

ସୂଚନା ଅନୁସାରେ ମନୋଜ କୁମାର ଲେଙ୍କାଙ୍କ ଭୁବନେଶ୍ୱର କୋରଡ଼କଣ୍ଟାରେ ଥିବା ତିନି ମହଲା ଘର, ପୁରୀର ଗ୍ରାଣ୍ଡ ଆସିଆନା ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, କେନ୍ଦ୍ରାପଡା କେଶପୁରରେ ଥିବା ପୈତୃକ ଘର, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଥିବା ତିନି ମହଲା ଘର, ଭୁବନେଶ୍ୱର ରୁପାଲୀ ଛକରେ ଥିବା ଅଫିସ, ଭୁବନେଶ୍ୱର ନୀଳାଦ୍ରି ନଗରରେ ଥିବା ଘର, ଭୁବନେଶ୍ୱର ଉତ୍ତରା ଛକରେ ଥିବା ମାର୍କେଟ କମ୍ପ୍ଲେକ୍ସରେ ଚଢ଼ାଉ କରାଯାଇଛି |

ଏହି ଚଢ଼ାଉରେ ୨ ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟର, ୨ ଜଣ ସବଇନ୍ସପେକ୍ଟର ଓ ୫ ଜଣ ଏଏସଆଇ ସାମିଲ ଅଛନ୍ତି |