ରାଜ୍ୟରେ ଆଉ ୧୮୦ କୋରୋନା ପଜିଟିଭ ଚିହ୍ନଟ | News Room Odisha

ରାଜ୍ୟରେ ଆଉ ୧୮୦ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଆଉ ୧୮୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୧୦୬ ଓ ସ୍ଥାନୀୟ ଅଞ୍ଚଳରୁ ୭୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩୧ ଜଣ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ବାଲେଶ୍ଵରରୁ ୧୧, ବରଗଡରୁ ୪ ,ବଲାଙ୍ଗୀରରୁ ୪ , କଟକରୁ ୨୬ , ଦେବଗଡରୁ ୧ , ଗଜପତିରୁ ୧ , ଜଗତସିଂହପୁରରୁ ୭ , ଯାଜପୁରରୁ ୫ ,କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୨ , ଖୋର୍ଦ୍ଧାରୁ ୨୪ , କୋରାପୁଟରୁ ୫, ମୟୂରଭଞ୍ଜରୁ ୯ , ନବରଙ୍ଗପୁରରୁ ୩ , ନୟାଗଡ଼ରୁ ୪ , ନୂଆପଡ଼ାରୁ ୧ , ପୁରୀରୁ ୧୫ , ରାୟଗଡାରୁ ୧, ସମ୍ବଲପୁରରୁ ୧୧, ସୋନପୁରରୁ ୬ , ସୁନ୍ଦରଗଡ଼ରୁ ୩୧ ଓ ଷ୍ଟେଟ ପୁଲରୁ ୫ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଏବେ ସକ୍ରିୟ ମାମଲା ୧ ହଜାର ୩୮୬ ରହିଛି।