ଅକ୍ଟୋବର ପହିଲାରୁ ପ୍ରବଳ ବର୍ଷା ସମ୍ଭାବନା | News Room Odisha

ଅକ୍ଟୋବର ପହିଲାରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର – ରାଜ୍ୟରେ ଅକ୍ଟୋବର ପହିଲାରୁ ପ୍ରବଳ ବର୍ଷା ଆରମ୍ଭ ହେବ। ୨ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ବୃଦ୍ଧି ପାଇବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ସମେତ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ଅଧିକ ରହିବ। ବର୍ଷାକୁ ଦୃଷ୍ଟିରେ ରଖି ଏବେଠାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୧ ଅକ୍ଟୋବର ବେଳକୁ ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାଦ୍ୱାରା ୧ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବୃଦ୍ଧି ପାଇବ।