ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟ | News Room Odisha

ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟ

ଭୁବନେଶ୍ୱର -ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ସଂଧ୍ୟା ୫ଟାରେ ବସିବ । ଗତ ସପ୍ତାହରେ ମଧ୍ୟ କ୍ୟାବିନେଟ ବୈଠକ ବସିଥିଲା। ଦଶହରା ପୂର୍ବରୁ କ୍ୟାବିନେଟ ବୈଠକ ବସୁଥିବାରୁ ଏହା ଉପରେ ସମସ୍ତଙ୍କର ନଜର ରହିଛି। ଅର୍ଥ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ଆଇନ ଆଦି ବିଭାଗର ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଆଜିର ବୈଠକରେ ମୋହର ବାଜିବା ସମ୍ଭାବନା ରହିଛି।