ଏମକେସିଜିରେ ହାଉସ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ମଧ୍ୟରେ ହାତାହାତି | News Room Odisha

ଏମକେସିଜିରେ ହାଉସ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ମଧ୍ୟରେ ହାତାହାତି

ବ୍ରହ୍ମପୁର – ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଓ ହସ୍ପିଟାଲ୍‌ ହାଉସ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ମଧ୍ୟରେ ହାତାହାତି ହୋଇଛି । ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଫିସ ଆଗରେ ହାତାହାତି ହୋଇଛି । ଧସ୍ତାଧସ୍ତିରେ ଉଭୟ ପକ୍ଷରୁ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଦୁଇ ପକ୍ଷ କାର୍ଯ୍ୟବନ୍ଦ କରିବା ଯୋଗୁଁ ରୋଗୀ ସେବା ବ୍ୟାହତ ହୋଇଛି ।

ଗୁରୁବାର ରାତିରେ ଏମ୍‌କେସିଜି ମେଡ଼ିକାଲ୍‌ର କାଜୁଆଲିଟିରେ ଜଣେ ରୋଗୀଙ୍କ ବ୍ଲଡ୍ ସୁଗାର ପରୀକ୍ଷା କରିବାକୁ ହାଉସ୍‌ ସର୍ଜନ ଡାକ୍ତର କହିଥିଲେ। ହେଲେ ସେଠାରେ କାର୍ଯ୍ୟରତ ନର୍ସମାନେ ସୁଗାର ଟେଷ୍ଟ କରିନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଆଜି ସକାଳେ ହାଉସ୍‌ ସର୍ଜନ ଡାକ୍ତର ଓ ନର୍ସମାନେ ପୃଥକ୍‌ ପୃଥକ୍‌ ଭାବେ ମେଡ଼ିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଭେଟି ଅଭିଯୋଗ କରିବାକୁ ଆସିଥିଲେ।

ଅଭିଯୋଗ କରିବା ପୂର୍ବରୁ ହିଁ ମେଡ଼ିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଫିସ୍‌ ଆଗରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଠେଲାପେଲା ଓ ଟଣା ଓଟରା ହୋଇଥିଲା।

ଖବର ପାଇ ମେଡ଼ିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଫିସ୍‌ରେ ପହଞ୍ଚିଛି ବୈଦ୍ୟନାଥପୁର ଥାନା ପୁଲିସ୍‌। ଉଭୟ ପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି।