ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ବିୟୋଗ | News Room Odisha

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ବିୟୋଗ

ବରଗଡ : ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳ ଜିଲ୍ଲା ସଭାପତି , ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କର ରବିବାର ରାତ୍ର ଭୁବନେଶ୍ବର ସ୍ଥିତ ଆପୋଲୋ ହସ୍ପିଟାଲ ଚିକିତ୍ସାଧୂନ ଅବସ୍ଥାରେ ରେ ମୃତ୍ଯ ହୋଇଯାଇଛି । ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା | ବିଧାୟକ ଶ୍ରୀ ବାରିହା ଗତ କିଛି ଦିନ ହେବ ଅସୁସ୍ଥତା କାରଣରୁ ଆପୋଲୋରେ ଚିକିତ୍ସିତ ହେଉଥିଲେ । ସ୍ବର୍ଗତ ବାରିହା ଜଣେ ସୃଷ୍ଟବାଦୀ ରାଜନେତା ଭାବେ ପରିଚିତ ଥିଲେ | ସମସ୍ତଙ୍କର ଅତି ପ୍ରିୟ ନେତା ଭାବରେ ବେଶ ପରିଚିତ । ତାଙ୍କର ଅକାଳ ବିୟୋଗରେ ପଦ୍ମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବରିହା ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଜନତା ଦଳରୁ ବିଧାନ ସଭାକୁ ନିର୍ବାଚିତ ହୋଇଥିବା ବେଳେ ପରେ ପରେ ୧୯୯୫ ( ଜନତା ଦଳ ) , ୨୦୦୦ , ୨୦୦୯ ଓ ୨୦୧୯ ବିଜୁ ଜନତା ଦଳରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ସରକାରରେ ୨୦୦୯ରେ ହରିଜନ- ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ। ସୂଚନାଯୋଗ୍ଯ ଯେ, ବିଜୟ ବାବୁ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଧର୍ମ ଜ୍ବାଇଁ ଥିଲେ। ବିଜୟ ବାବୁ ପରିବାରର ବିରୋଧରେ ଯାଇ ପ୍ରେମ ବିବାହ କରିଥିଲେ। ଆଉ ନୃସିଂହନାଥ ମନ୍ଦିରରେ ଅନୁଷ୍ଠିତ ଏହି ବିବାହରେ ବିଜୁ ବାବୁ ନିଜେ ସାମିଲ ହୋଇ କନ୍ୟାଦାନ କରି ବିବାହ ସଂପନ୍ନ କରାଇଥିଲେ।