ଜାତୀୟ କ୍ରୀଡା : ମହିଳା ଖୋ ଖୋ ଫାଇନାଲରେ ଓଡ଼ିଶା, ସୁଟିଂରେ ଶ୍ରୀୟଙ୍କାଙ୍କୁ ରୌପ୍ୟ | News Room Odisha

ଜାତୀୟ କ୍ରୀଡା : ମହିଳା ଖୋ ଖୋ ଫାଇନାଲରେ ଓଡ଼ିଶା, ସୁଟିଂରେ ଶ୍ରୀୟଙ୍କାଙ୍କୁ ରୌପ୍ୟ

ଗାନ୍ଧିନଗର – ଗୁଜରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡାରେ ଓଡ଼ିଶାର ମହିଳା ଖୋ ଖୋ ଟିମ୍ ଫାଇନାଲରେ ପହଞ୍ଚିଥିବା ବେଳେ ସୁଟିଂ ଓ ସାଇକେଲ ଚାଳନାରୁ ପଦକ ମିଳିଛି ।

ଓଡ଼ିଶାର ମହିଳା ଖୋ ଖୋ ଟିମ୍ ସେମିଫାଇନାଲରେ କର୍ଣ୍ଣାଟକକୁ ‌ହରାଇ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ସୁଟିଂରେ ଓଡ଼ିଶାର ଶ୍ରୀୟଙ୍କା ମହିଳା ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି।

ସାଇକେଲ ଚାଳନାରେ ଦୀନେଶ କୁମାର ବ୍ୟକ୍ତିଗତ ଓ ଟିମ୍ ପରସୁଟ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।