ହକି ବିଶ୍ୱକପ ପାଇଁ ଦୁଇ ବରିଷ୍ଠ ଆଇଏଏସଙ୍କୁ ଓଏସଡି ଭାବେ ନିଯୁକ୍ତ କଲେ ରାଜ୍ୟ ସରକାର | News Room Odisha

ହକି ବିଶ୍ୱକପ ପାଇଁ ଦୁଇ ବରିଷ୍ଠ ଆଇଏଏସଙ୍କୁ ଓଏସଡି ଭାବେ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର – ଆସନ୍ତାବର୍ଷ ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ଓଡ଼ିଶା ସରକାର ଦୁଇ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଓଏସଡି ଭାବେ ନିଯୁକ୍ତ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଭୂପେନ୍ଦ୍ର ସିଂହ ପୁନିଆ ରାଉରକେଲାରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ କ୍ରୀଡା ଓ ଯୁବ ସେବା ବିଭାଗର ଓଏସଡି ଦାୟିତ୍ଵରେ ରହିବେ । ସେହିପରି ଜି. ରଘୁ ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱକପ୍ ମ୍ୟାଚଗୁଡିକ ପାଇଁ ଓଏସଡି ଦାୟିତ୍ଵରେ ରହିବେ ।

ବଲୱନ୍ତ ସିଂହ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବରେ ରହିବେ ।