ଉତ୍ତରାଖଣ୍ଡରେ ବରଯାତ୍ରୀ ବସ ଦୁର୍ଘଟଣା, ୨୫ ମୃତ | News Room Odisha

ଉତ୍ତରାଖଣ୍ଡରେ ବରଯାତ୍ରୀ ବସ ଦୁର୍ଘଟଣା, ୨୫ ମୃତ

ନୂଆଦିଲ୍ଲୀ – ଉତ୍ତରାଖଣ୍ଡରେ ଆଉ ଏକ ଦୁର୍ଘଟଣା । ଏକ ବରଯାତ୍ରୀ ବସ୍ ଘାଟି ତଳକୁ ଖସି ପଡ଼ିବାରୁ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରାଖଣ୍ଡର ପୌଡ଼ି ଜିଲ୍ଲା ସିମ୍‌ଡି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

ବସରେ ୪୫ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ହରିଦ୍ୱାର ଜିଲ୍ଲାର ଲାଲଢାଙ୍ଗ ଅଞ୍ଚଳରୁ ପୌରି ଜିଲ୍ଲାର ବିରୋଖାଲକୁ ଆସୁଥିଲେ। ଦୁର୍ଘଟଣା ରିଖନିଖାଲ-ବିରୋଖାଲ ରାସ୍ତାରେ ସିମ୍‌ଡି ଗାଁ ନିକଟରେ ଘଟିଥିଲା। ବସ୍‌ଟି ଭାରସାମ୍ୟ ହରାଇ ଘାଟି ରାସ୍ତା ତଳକୁ ଖସି ଯାଇଥିଲା। ବସ୍‌ଟି ରାସ୍ତାରୁ ପ୍ରାୟ ୫୦୦ ମିଟର ତଳେ ପଡ଼ିଥିଲା।

ଧୂମକୋଟ ପୁଲିସ୍ ଓ ଏସ୍‌ଡିଆର୍‌ଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। ୨୧ରୁ ଅଧିକ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।