ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ନୀତି | News Room Odisha

ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ନୀତି

ପୁରୀ – ଆଜି ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥି ଅବସରରେ ଆଜିଠାରୁ ଶ୍ରୀମନ୍ଦିରରେ ପବିତ୍ର କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ନୀତି ନିର୍ଘଣ୍ଟ ଅନୁସାରେ ସକାଳ ୫ଟା ୧୮ମିନିଟରେ ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ବିଧି ମୁତାବକ ଅନ୍ୟ ନୀତି ପାଳନ କରାଯାଉଛି। ମହାପ୍ରଭୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଅବକାଶ ନୀତି ସରିବା ପରେ ମହାପ୍ରଭୁଙ୍କର ରାଧାଦାମୋଦର ବେଶକୁ ଭକ୍ତ ଭିତରକାଠ ନିକଟରୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି।

ଆଜିଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ବାଳଭୋଗ ଲାଗି ହେବାର ପରମ୍ପରା ରହିଛି। କାର୍ତ୍ତିକ ବ୍ରତଧାରୀ ବ୍ରତ ପାଳନ କରିବା ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଦର୍ଶନ କରି କରୁଛନ୍ତି।