ବଜ୍ରପାତରେ ୩ ଗୁରୁତର | News Room Odisha

ବଜ୍ରପାତରେ ୩ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ମୁଣ୍ଡାଗାଁରେ ଅଘଟଣ। ବଜ୍ରପାତରେ ଏକାଠି ୩ ସାଙ୍ଗ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଗୁରୁତରମାନେ ହେଲେ ୧୩ ବର୍ଷ ବୟସ୍କ ପଞ୍ଚାନନ ବେହେରା, ୧୯ ବର୍ଷ ବୟସ୍କ ଧୀରେନ ଦିଗାଲ ଓ ଜଣେ ଯୁବକ ପିଙ୍କୁ ମଲ୍ଲିକ। ବ୍ରାହ୍ମଣପାଦ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଧୀରେନ୍ ଓ ପିଙ୍କୁଙ୍କୁ ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡ଼ିଛି କି ସେମାନେ କୌଣସି କାମରେ ଗାଁ ନିକଟସ୍ଥ ପାହାଡ଼ ଉପରକୁ ଯାଇଥିଲେ। ସେହି ସମୟରେ ବଜ୍ରାଘାତ ଘଟିବାରୁ ୩ ଜଣ ଏହାର ଶିକାର ହୋଇଥିଲେ।ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।