ଶ୍ରେଷ୍ଠ ମହିଳା ହକି ଗୋଲକିପର ବିବେଚିତ ହୋଇଥିବାରୁ ସବିତା ପୁନିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ | News Room Odisha

ଶ୍ରେଷ୍ଠ ମହିଳା ହକି ଗୋଲକିପର ବିବେଚିତ ହୋଇଥିବାରୁ ସବିତା ପୁନିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ଭାରତୀୟ ମହିଳା ହକି ଦଳର ଗୋଲକିପର ସବିତା ପୁନିଆ ୨୦୨୧-୨୨ ପାଇଁ ଆନ୍ତର୍ଜାତିକ ହକି ମହାସଂଘ ଦ୍ୱାରା ଶ୍ରେଷ୍ଠ ଗୋଲକିପର ଭାବେ ବିବେଚିତ ହୋଇଛନ୍ତି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ହକି ପଡ଼ିଆରେ ଆଗାମୀ ଦିନରେ ସବିତା ଆହୁରି ଭଲ ପ୍ରଦର୍ଶନ କରି ଦେଶ ପାଇଁ ଗୋୖରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।