ଧାମନଗର ଓ ତିହିଡି ବ୍ଳକ ବିଡିଓଙ୍କ ବଦଳି | News Room Odisha

ଧାମନଗର ଓ ତିହିଡି ବ୍ଳକ ବିଡିଓଙ୍କ ବଦଳି

ଭଦ୍ରକ – ଧାମନଗର ବିଧାନସଭା ଆସନରେ ଉପନିର୍ବାଚନ ପୂର୍ବରୁ ଧାମନଗର ଓ ତିହିଡ଼ି ବ୍ଲକର ବିଡ଼ିଓଙ୍କୁ ବଦଳି କରାଯାଇଛି।

ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁ ଓ ତିହିଡ଼ି ବିଡିଓ ବସନ୍ତ କୁମାର ସାହାଣୀଙ୍କୁ ବଦଳି କରାଯାଇଥିବା ନେଇ ସୂଚନା ଦେଇଛି ପଞ୍ଚାୟତିରାଜ ବିଭାଗ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ତହସିଲଦାର ବନବିହାରୀ ଦିଣ୍ଡାଙ୍କୁ ଧାମନଗର ବିଡିଓ ଭାବେ ଅବସ୍ଥାପିତ କରାଯାଇଥିବାବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କରଙ୍କୁ ତିହିଡି ବିଡିଓ ଭାବେ ବଦଳି କରଯାଇଛି। ଉଭୟ ଅଧିକାରୀଙ୍କୁ ତୁରନ୍ତ ରିଲିଭ୍ କରିବା ପାଇଁ କଳାହାଣ୍ଡି ଓ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଧାମନଗର ଉପନିର୍ବାଚନ ପାଇଁ ନଭେମ୍ବର ୩ତାରିଖରେ ଭୋଟ ଗ୍ରହଣ ହେବ ।