ଆସନ୍ତା ୧୦ରୁ ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା | News Room Odisha

ଆସନ୍ତା ୧୦ରୁ ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର – ଓଡିଶା ଟିଚର ଏଲିଜିବିଲିଟି ଟେଷ୍ଟ – ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା ଏହି ପରୀକ୍ଷା ପରିଚାଳନା କରୁଛି ।ପ୍ରାର୍ଥୀମାନେ ଆସନ୍ତା ୧୦ ତାରିଖ ସକାଳ ୧୦ ଟାରୁ ୧୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଅନଲାଇନରେ ଏଥିପାଇଁ ଆବେଦନ କରିପାରିବେ।

www.bseodisha.ac.in ୱେବସାଇଟରେ ଆବେଦନ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି। ରାଜ୍ୟରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ଓଟିଇଟି ପାସ କରିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର।