ବିଭିନ୍ନ ନିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ ଓ ଉପଦେଷ୍ଟା ନିଯୁକ୍ତ କଲେ ରାଜ୍ୟ ସରକାର | News Room Odisha

ବିଭିନ୍ନ ନିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ ଓ ଉପଦେଷ୍ଟା ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର – ବିଭିନ୍ନ ନିିଗମ ଓ ବୋର୍ଡ ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ/ପରାମର୍ଶଦାତା ନିଯୁକ୍ତ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି।
ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ଅଧ୍ୟକ୍ଷ ହୋଇଛନ୍ତି କଳିକେଶ ସିଂହଦେଓ ।

ଲେନିନ ମହାନ୍ତିଙ୍କୁ ଓଟିଡିସିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ଓଡ଼ିଶା ବିହନ ନିଗମର ଅଧ୍ୟକ୍ଷ ଭାବେ ବିଜୟ ନାୟକଙ୍କୁ ନିଯୁକ୍ତି ମିଳିଛି । ଶ୍ରୀମୟୀ ମିଶ୍ର ଓବି ଏବଂ ଓସିଡବ୍ଲୁଡବ୍ଲୁ ଅଧ୍ୟକ୍ଷା ନିଯୁକ୍ତ ହୋଇଛନ୍ତି। ମିନତୀ ବେହେରା ମହିଳା କମିଶନ ଅଧ୍ୟକ୍ଷା ପଦ ବଜାୟ ରଖିଛନ୍ତି। ସଂଗ୍ରାମ ପାଇକରାୟ ଓଡ଼ିଶା ଖଦି ନିଗମର ଅଧ୍ୟକ୍ଷ ହୋଇଛନ୍ତି । ରମେଶ ଚ୍ୟାଉ ପଟ୍ଟନାୟକ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ହୋଇଛନ୍ତି। କସ୍ତୁରୀ ମହାପାତ୍ର ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦକ ନିଯୁକ୍ତ ହୋଇଥିବା ବେଳେ ପ୍ରଦୀପ ମାଝୀ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ-ଏସଡିସିର ଉପଦେଷ୍ଟା ନିଯୁକ୍ତ ହୋଇଛନ୍ତି ।

ପ୍ରସନ୍ନ ପାଟ୍ଟଶାଣୀ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ହୋଇଛନ୍ତି।
ବିଜୟ ନାୟକ ଓଡ଼ିଶା ବିହନ ନିଗମର ଅଧ୍ୟକ୍ଷ ହୋଇଛନ୍ତି।
ଗଞ୍ଜାମ ରିଜିଓନାଲ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ ଅଧ୍ୟକ୍ଷ ଭାବେ ପବିତ୍ର ପାଣିଗ୍ରାହୀ ନିଯୁକ୍ତ ହୋଇଥିବା ବେଳେ ଟିଏଏମଡିଏ ଅଧ୍ୟକ୍ଷ ଦାୟିତ୍ୱ ଅବନୀକାନ୍ତ ସାହୁଙ୍କୁ ମିଳିଛି ।

ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ଏପିକଲ, ଡି ବିଶ୍ବନାଥଙ୍କୁ ଓଆରଏଚ୍‌ଡିସି, ଅ‌ମରେଶ ପତ୍ରିଙ୍କୁ ଉଠା ଜଳ ସେଚନ, ଦେବାଶିଷ ମହାନ୍ତିଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରି, ସତ୍ୟବ୍ରତ ତ୍ରିପାଠୀଙ୍କୁ ଓଏଫ୍‌ଡିସି, ଚିନ୍ମୟ କାନନୁଗୋଙ୍କୁ ଓଡ଼ିଶା ସ୍ମଲ ଇଣ୍ଡଷ୍ଟ୍ରି କର୍ପୋରେସନ ଦାୟିତ୍ଵ ମିଳିଛି । ସୁରେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ଷ୍ଟେଟ ଏଗ୍ରିକଲଚର ମାର୍କେଟିଂ ବୋର୍ଡରେ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିବା ବେଳେ ସନ୍ତୋଷ ବେଜ୍‌ଙ୍କୁ ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନରେ ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି।