ଡ୍ରୋନ୍ କ୍ୟାମେରା ସହାୟତାରେ ୨ ହେକ୍ଟର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କଲା ବନ ବିଭାଗ | News Room Odisha

ଡ୍ରୋନ୍ କ୍ୟାମେରା ସହାୟତାରେ ୨ ହେକ୍ଟର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କଲା ବନ ବିଭାଗ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଚାଲିଥିବା ବେଆଇ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛି ବନ ବିଭାଗ। ଆଜି ମନମୁଣ୍ଡା ବନାଞ୍ଚଳର ପଞ୍ଚରା ସଂରକ୍ଷିତ ଜଙ୍ଗଲରେ ୨ ହେକ୍ଟର ବେଆଇନ ଗୋଚର ଜମିରେ ଚାଷ ହୋଇଥିବା ୧୨ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ବନ ବିଭାଗ। ଏହି ଉପାନ୍ତ ଅଞ୍ଚଳକୁ ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ବନ ବିଭାଗ ଚିହ୍ନଟ କରିଥିଲା। ମନମୁଣ୍ଡା ବନାଞ୍ଚଳ ଅଧିକାରୀ ଶ୍ରୀବତ୍ସ କୁମୁରା, ପୁରୁଣା କଟକ ବନାଞ୍ଚଳ ଅଧିକାରୀ ନିହାର ରଞ୍ଜନ ମଲ୍ଲିକଙ୍କ ମିଳିତ ତତ୍ତ୍ଵାବଧାନରେ ପ୍ରାୟ ୫୦ ଜଣ ବନ କର୍ମଚାରୀ ଓ ପୋଲିସର ଏପିଆର୍ ଫୋର୍ସ ଏହି ଚଢାଉରେ ସାମିଲ ଥିଲେ। ତେବେ ଏଭଳି ଚଢାଉ ଆଗକୁ ଜାରି ରହିବ ବୋଲି ମନମୁଣ୍ଡା ବନାଞ୍ଚଳ ଅଧିକାରୀ ଶ୍ରୀବତ୍ସ କୁମୁରା ସୂଚନା ଦେଇଛନ୍ତି ।