ସମଲେଶ୍ୱରୀ ବହୁମୁଖି ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ କର୍ମଶାଳା ଉଦଘାଟିତ | News Room Odisha

ସମଲେଶ୍ୱରୀ ବହୁମୁଖି ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ କର୍ମଶାଳା ଉଦଘାଟିତ

ସମ୍ବଲପୁର: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ସମଲେଶ୍ୱରୀ ବନ୍ୟା ଆଶ୍ରୟସ୍ଥଳୀ ରେ ଏକ ସାତଦିନିଆ କର୍ମଶାଳା ଆଜି ଆରମ୍ଭ ହୋଇଛି l ସ୍ବତନ୍ତ୍ର ରିଲିଫ କମିଶନର ଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ସାତଦିନିଆ କାର୍ଯ୍ଯକ୍ରମକୁ କମିଶନର ପ୍ରଦୀପ କୁମାର ସାହୁ ଏବଂ ଜରୁରୀକାଳୀନ ଅଧିକାରୀ ଜୟଶ୍ରୀ ପlଢ଼ି, ଶୁଭଙ୍କର ମହାନ୍ତି ,ପୂର୍ବତନ ୱାର୍ଡ କାଉନସିଲର ଘନ ପଟେଲ , ସମ୍ବଳ ସ୍ବେଛାସେବୀ ଅନୁଷ୍ଠାନ ର ସମ୍ପାଦକ ସୁବ୍ରତ ପଣ୍ଡା, ପ୍ରଭୁ ମହାରଣା ଡିପିଓ ଏବଂ ବନ୍ୟା ଆଶ୍ରୟସ୍ଥଳୀ ର ସମ୍ପାଦକ ଚନ୍ଦ୍ର କୁମାର୍ ପlତ୍ର ଙ୍କ ଉପସ୍ଥିତିରେ ଉଦଘାଟନ କରଯାଇଥିଲା l ସଭା କୁ ରାମଦାସ ପଣ୍ଡା ପରିଚାଳନା କରିଥିଲେ l ରାଜ୍ୟ ସ୍ତରୀୟ ମାଷ୍ଟର ଟ୍ରେନର ଜ୍ୟୋତି ରଞ୍ଜନ ମହାପାତ୍ର ଏବଂ କର୍ତିକେଶ୍ୱର୍ କାଣ୍ଡି ଟ୍ରେନିଙ୍ଗ ଦେବେ ଏବଂ ତାଙ୍କୁ ସ୍ଥାନୀୟ ଟ୍ରେନର ଶମ୍ଭୁ ପଟେଲ୍ ଏବଂ କୈଳାସ ମେହେର ସହଯୋଗ କରିବେ l ପ୍ରତ୍ୟେକ ଆଶ୍ରୟ ସ୍ଥଳୀରେ ସ୍ଥାନୀୟ ଲୋକଙ୍କ ଭାଗିଦାରୀ କୁ ଗୁରୁତ୍ୱ ଦିଆଯାଇଛି l ସ୍ୱେଚ୍ଛାସେବୀ ଏବଂ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ଉପକରଣ ବ୍ୟବହାର,ଉଦ୍ଧାର ସହିତ ଆଶ୍ରୟ ସ୍ଥଳୀ ପରିଚାଳନା ବିଷୟରେ ତାଲିମ ଦିଆଯିବ ଏତଦ୍ଦ୍ୱାର ସେମାନେ ବିପର୍ଯ୍ୟୟ ସମୟରେ ମୁକାବିଲା କରିବାରେ ସକ୍ଷମ ହେବେ l ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ଟ୍ରେନିଂ ପାଇଁ ଉତ୍ସାହ ଦେଖିବାକୁ ମିଳିଛି l ଅନ୍ୟ ମାନଙ୍କ ମଧ୍ୟରେ ସରୋଜ ସାହୁ ,ସଞ୍ଜୟ ଠାକୁର ,ସ୍ବାଗତ ଘଡେ଼ଇ , ସିଦ୍ଧାର୍ଥ ମହାପାତ୍ର, ରୁନୁ ସେଠୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ସମସ୍ତ ଅତିଥି ବୃନ୍ଦ ଙ୍କୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା l ସମସ୍ତ ଆତିଥି ନିଜ ନିଜ ର ବକ୍ତବ୍ୟ ଦେଇଥିବା ବେଳେ ସୁବ୍ରତ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ l