ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେପିର ସୂରଜ ସୂର୍ଯ୍ୟବଂଶୀ | News Room Odisha

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେପିର ସୂରଜ ସୂର୍ଯ୍ୟବଂଶୀ

ଭଦ୍ରକ – ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସୂରଜ ସୂର୍ଯ୍ୟବଂଶୀ ସକାଳେ ବାପା ବିଷ୍ଣୁ ସେଠୀଙ୍କ ସମାଧିସ୍ଥଳକୁ ଯାଇଥିଲେ । ମା’ଙ୍କଠାରୁ ଆଶୀର୍ବାଦ ଗ୍ରହଣ କଲା ପରେ ଭଦ୍ରକର ଦକ୍ଷିଣକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ନିରାଡ଼ମ୍ବର ଶୋଭାଯାତ୍ରାରେ ଭଦ୍ରକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତାଙ୍କ ସହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିଧାୟକ ମୋହନ ମାଝି ପ୍ରମୁଖ ଯାଇଥିଲେ। ସୂରଜ ଏବେ ବିଜେପି ରାଜ୍ୟ ମିଡିଆ ସେଲ୍‌ର ସଂଯୋଜକ ଅଛନ୍ତି। ସକ୍ରିୟ ରାଜନୀତିକୁ ଆସିବା ପୂର୍ବରୁ‌ ସେ ବହୁରାଷ୍ଟ୍ରୀୟ କମ୍ପାନିରେ କାର୍ଯ୍ୟରତ ଥିଲେ।