ହୀରାକୁଦରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଭବ୍ୟ ସମ୍ବର୍ଦ୍ଧନା | News Room Odisha

ହୀରାକୁଦରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ସମ୍ବଲପୁର :ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ତରଫରୁ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶିଙ୍କୁ ପ୍ରଥମ ଥର ପାଇଁ ହୀରାକୁଦ ଗସ୍ତ ଉପଲକ୍ଷେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ହୀରାକୁଦ ସନ୍ତୋଷୀ ମନ୍ଦିର ଛକ ଠାରୁ ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦର ଶତାଧିକ ସଭ୍ୟ ତଥା ହୀରାକୁଦ ଶାଖାର ସଂଯୋଜକ ହରଦ୍ ମଲ୍ଲିକ , ସୁରେଶ ବାଗ, ପ୍ରଫୁଲ୍ଲ ହରିପାଲ, ଲିଳାବତି ତାଣ୍ଡି ଙ୍କ ନେତୃତ୍ବରେ ଏକ ଭବ୍ୟ ଶୋଭାଯାତ୍ରାରେ ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ବିଶିଙ୍କୁ ହୀରାକୁଦ ସହର ପରିକ୍ରମା କରାଯାଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ହୀରାକୁଦ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସାଂସଦଙ୍କୁ ସମ୍ବନ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ରାଜ୍ୟ ସ୍ତରୀୟ ତିରନ୍ଦାଜି ପ୍ରତିଯୋଗିତାରେ ସଫଳତା ପାଇଥିବା ଦୁଇ ପ୍ରତିଯୋଗୀ ଅନ୍ୱେଷା ଦେହୁରୀ ଓ ଅର୍ଣ୍ଣବ ଦେହୁରୀ ଙ୍କୁ ତାଙ୍କ ପିତା ମାତା ଙ୍କ ଉପସ୍ଥିତିରେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଯୁବ ସାମ୍ବାଦିକା ଶୁଭଶ୍ରୀ ବାରିକଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦର ଅଧ୍ୟକ୍ଷ ନିହାଲ ସିଂ, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ସାଧାରଣ ସଂପାଦକ ଅକ୍ଷୟ ଭୋଇ, ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦର ଜିଲ୍ଲା ସଂଯୋଜକ ଆଶିଷ ମହାନନ୍ଦ, ବିଜେଡି ଜିଲ୍ଲା ସଂପାଦକ ଦିଲିପ ଦାସ,ହାସ୍ୟ ଗାୟକ ଦିଲିପ ଦୀପ, ନବିନ କୁଅଁର ପ୍ରମୁଖ ମଞ୍ଚାସୀନ ଥିଲେ ।