ହାଇଓ୍ୱା ଧକ୍କାରେ ଦମ୍ପତି ମୃତ,  ଡ୍ରାଇଭର କଲା ଆତ୍ମ ସମର୍ପଣ | News Room Odisha

ହାଇଓ୍ୱା ଧକ୍କାରେ ଦମ୍ପତି ମୃତ,  ଡ୍ରାଇଭର କଲା ଆତ୍ମ ସମର୍ପଣ

ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ସିନ୍‌ଖମନ୍‌ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ହାଇଓ୍ୱା ଧକ୍କାରେ ଚାଲିଯାଇଛି ଦମ୍ପତିଙ୍କ ଜୀବନ । ମୃତକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଏମ୍‌.ରାମପୁର ବ୍ଲକ ଏକତାରା ଗାଁର ପ୍ରଦୀପ ସାହୁ ଓ ପ୍ରତୀମା ସାହୁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଦୁର୍ଘଟଣା ପରେ ହାଇଓ୍ୱା ଡ୍ରାଇଭର ଦେଓଗାଁ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।