ଧନୁଯାତ୍ରା ମହୋତ୍ସବ ପ୍ରଚାର ପ୍ରସାର କମିଟି ବୈଠକ | News Room Odisha

ଧନୁଯାତ୍ରା ମହୋତ୍ସବ ପ୍ରଚାର ପ୍ରସାର କମିଟି ବୈଠକ

ବରଗଡ଼: ଆସନ୍ତା ଡ଼ିସେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ବିଭିନ୍ନ ବିଭିନ୍ନ କମିଟି ର ବୈଠକ ଅନୁଷ୍ଠିତ ହେଉଛି। ଏହି କ୍ରମରେ ଆଜି ଜିଲ୍ଲା ପ୍ରଶାସନର ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟରେ ପ୍ରଚାର ପ୍ରସାର କମିଟିର ପୂର୍ଣ୍ଣାଙ୍ଗ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ପ୍ରଚାର ପ୍ରସାର କମିଟିର ଆବାହକ କଲ୍ୟାଣୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ଶ୍ରୀମତୀ ଦାଶ ସ୍ବାଗତ ଭାଷଣ ସହ ପୂର୍ବ ବର୍ଷର ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ। ପରେ ଆଗାମୀ ଧନୁଯାତ୍ରା ମହୋତ୍ସବର ପ୍ରଚାର ପ୍ରସାରକୁ ବ୍ୟାପକ କରାଯିବାକୁ ସ୍ଥିର କରାଯାଇଥିଲା। ଏହାକୁ ଅତ୍ୟାଧୁନିକ ଶୈଳୀ ଓ ଆକର୍ଷଣୀୟ କରିବାକୁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା। କାର୍ଯ୍ୟ ପରିଚାଳନା ପାଇଁ ସର୍ବସମ୍ମତିକ୍ରମେ ନୂତନ କାର୍ଯ୍ୟକାରୀ କମିଟି ଗଠିତ ହୋଇଥିଲା। ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ପ୍ରଚାର ପ୍ରସାର କମିଟିର ଆବାହକ ଭାବେ କଲ୍ୟାଣୀ ଦାଶ, ସହ ଆବାହକ ପ୍ରସନ୍ନ ମିଶ୍ର, ସତ୍ୟନାରାୟଣ ପ୍ରଧାନ, ରବିନାରାୟଣ ପଣ୍ଡା, ରଞ୍ଜନ କୁମାର ଦେବତା, ସନ୍ତୋଷ କୁମାର ଭୋଇ, ଉମେଶ ବିଶ୍ବାଳ, ସରୋଜ କୁମାର ଷଡଙ୍ଗୀ, ରମଣୀ ରଞ୍ଜନ ବେହେରା,ବଦ୍ରି ପ୍ରସାଦ ସାହୁ, ଅନନ୍ତ ମଟାରୀ, ସରୋଜ ନାଏକ ପ୍ରମୁଖ ରହିଛନ୍ତି।

ଆସନ୍ତା ୨୦ ତାରିଖ କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଶେଷରେ ପ୍ରସନ୍ନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।